Wednesday, March 6, 2024

ବିଜେଡ଼ିରେ ସାମିଲ ହେବେ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ





ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଆଜି ବିଜେଡିରେ ସାମିଲ ହୋଇପାରନ୍ତି । ନବୀନ ନିବାସରେ ମିଶ୍ରଣ ପର୍ବରେ ସାମିଲ ହେବା ନେଇ ଜଣାପଡ଼ିଛି । ମିଶ୍ରଣ ପର୍ବରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ନେତା, ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଥିବା ସୂଚନା ମିଳିଛି । 2019 ନିର୍ବାଚନ ପରେ ବିଜୟ ମହାପାତ୍ର ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ । ପୁଅ ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିବା ସହ ରାଜନୀତି କରିବା ନେଇ ସ୍ପଷ୍ଟ କରିଥିଲେ । ତେବେ ଆଜି ସେ ବିଜେଡିରେ ସାମିଲ ହୋଇପାରନ୍ତି । ୟୁପିରେ ୧୩ ହଜାର ବେଆଇନ ମଦ୍ରାସା ବନ୍ଦ କରିବାକୁ ସୁପାରିଶ ଗଣମାଧ୍ୟମ ଆଗରେ ମଧ୍ୟ ସେ ଏକାଧିକ ବାର ଆଗକୁ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଥିଲେ ବି କେଉଁ ଦଳରୁ ପ୍ରଶ୍ନ ହେଲେ ଅପେକ୍ଷା କରିବାକୁ କହୁଥିଲେ । ସେବେଠୁ ଅରବିନ୍ଦ ବିଜେଡିରେ ସାମିଲ୍‌ ହେବାନେଇ ଚର୍ଚ୍ଚା ହେଉଥିଲା ।


No comments:

Post a Comment