Tuesday, February 13, 2024

Rajya Sabha Election: ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଘୋଷଣା କଲା BJP, ପୁଣି ସମର୍ଥନ କରିବ BJD!





Rajya Sabha Election: ଯାହା ଶୁଣାଯାଉଥିଲା ସେୟା ହିଁ ହେଲା । ରେଳ ମନ୍ତ୍ରୀ ପୁଣି ଯିବେ ରାଜ୍ୟସଭା । ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (BJP)। ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନଥିବା ବେଳେ ଆଜି ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କମିଟି ଅଶ୍ବିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଛି । ଆଉ ବିଜୁ ଜନତା ଦଳ (BJD) ଅଶ୍ବିନୀଙ୍କୁ ସମର୍ଥନ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ବିଜ୍ଞାପନ





ପୂର୍ବରୁ ବିଜେଡି ପକ୍ଷରୁ ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ଗତକାଲି ନାମାଙ୍କନ ଭରି ସାରିଛନ୍ତି । ତୃତୀୟ ପ୍ରାର୍ଥୀକୁ ନେଇ BJD କାର୍ଡ ଖୋଲିବା ନେଇ କୁହାଯାଉଥିବା ବେଳେ ଏବେ ବିଜେପି ଅଶ୍ବିନୀଙ୍କ ନାଁ ଘୋଷଣା କରିଛି । ଆଉ ଶାସକ ବିଜେଡି ଅଶ୍ବିନୀଙ୍କୁ ସମର୍ଥନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।


ଗତଥର ବି ସରପ୍ରାଇଜ କ୍ୟାଣ୍ଡିଡେଟ ଥିଲେ ଅଶ୍ବିନୀ ବୈଷ୍ଣବ। ୨୦୧୯ ମସିହାରେ ବିଜେଡି ସହଯୋଗରେ ରାଜ୍ୟସଭାକୁ ଯାଇଥିଲେ ବିଜେପି ନେତା ଅଶ୍ଵିନୀ ବୈଷ୍ଣବ। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଫେବ୍ରୁଆରି ୧୫। ଆଉ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅଶ୍ବିନୀ।


Source: News18

No comments:

Post a Comment