Friday, January 19, 2024

Private Coaching Centre in India: ଏଣିକି ମାନମାନି କରିପାରିବେ ନାହିଁ କୋଚିଂ ସେଣ୍ଟର; କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି

New Guidelines for Private Coaching Centre in India: ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମ ସମ୍ପର୍କରେ ଶିକ୍ଷାଲ ଦେଉଥିବା କୋଚି ସେଣ୍ଟର ପାଇଁ ଲାଗୁ ହେବାକୁ ଯାଉଛି "କୋଚିଂ ସେଣ୍ଟର ପଞ୍ଜୀକରଣ ଏବଂ ନିୟାମକ ୨୦୨୪"।



Govt of India Guidelines for Private Coaching Centre: ଛାତ୍ରମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବେସରକାରୀ କୋଚିଂ ପ୍ରତିଷ୍ଠାନ ସମ୍ପର୍କର କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯେଉଁ କୋଚିଂ ପ୍ରତିଷ୍ଠାନ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ତାଲିମ ପ୍ରଦାନ କରୁଛନ୍ତି ବର୍ତ୍ତମାନ ସେମାନଙ୍କୁ ସରକାରଙ୍କ ନିକଟରେ ପଞ୍ଜୀକରଣ କରିବାକୁ ହେବ। "କୋଚିଂ ସେଣ୍ଟର ପଞ୍ଜୀକରଣ ଏବଂ ନିୟାମକ ୨୦୨୪" ଅଧିନରେ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର।

କ'ଣ କହୁଛି ନୂତନ ନିର୍ଦ୍ଦେଶାବଳୀ
କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ନିର୍ଦ୍ଦେଶାବଳୀରେ କିଛି କଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଯେଉଁଥିରେ କୁହାଯାଇଛି ଯେ ଛାତ୍ରଛାତ୍ରୀଙ୍କ ଉପରେ ପ୍ରତିଯୋଗିତାର ଅନେକ ଚାପ ରହିଛି। ସେଥିପାଇଁ କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତିକୁ ନଜରରେ ରଖି ଆବଶ୍ୟକୀୟ ପଦକ୍ଷେପ ନେବେ। ଯାହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ପଡ଼ିବ ନାହିଁ। ଏହା ସହିତ ଯଦି କୌଣସି ଛାତ୍ର କିମ୍ବା ଛାତ୍ରୀ ଚାପରେ ଅଛନ୍ତି ଏବଂ ସାହାଯ୍ୟ ଆବଶ୍ୟକ କରନ୍ତି, ତାହେଲେ କୋଚିଂ ସେଣ୍ଟର ଆଗରୁ ଏପରି ବ୍ୟବସ୍ଥା କରିବାକୁ ହେବ। ଯାହାଫଳରେ ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟର ପକ୍ଷରୁ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ।


ଏହା ସହିତ ଅଭିଜ୍ଞ ମନୋବିଜ୍ଞାନୀ, ସାଇକୋଥେରାପିଷ୍ଟ ଏବଂ ପରାମର୍ଶଦାତାଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ କୋଚିଂ ସେଣ୍ଟର ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପ୍ରସ୍ତୁତ ହୋଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କୌଣସି କୋଚିଂ ସେଣ୍ଟର ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ଆଡମିଶନ ଦେଇପାରିବ ନାହିଁ। ଏହା ସହିତ ଶିକ୍ଷକଙ୍କୁ ମଧ୍ୟ ଶିକ୍ଷାଗତ ଯୋଗ୍ୟତାକୁ ମଧ୍ୟ ଧ୍ୟାନରେ ରଖିବାକୁ ହେବ। କୋଚିଂ ସେଣ୍ଟର ରହିଥିବା ସ୍ଥାନରେ ଜଣେ ଛାତ୍ରଙ୍କୁ ଅତି କମରେ ୧ ବର୍ଗ ମିଟର ସ୍ଥାନ ଦେବାକୁ ହେବ।


ନିର୍ଦ୍ଦେଶାବଳୀ ଉଲ୍ଲଂଘନ ପାଇଁ ମିଳିବ ଦଣ୍ଡ
ଏହା ସହିତ କେନ୍ଦ୍ର ସରକାର କଠୋର ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ଯଦି କୋଚିଂ ସେଣ୍ଟର "କୋଚିଂ ସେଣ୍ଟର ପଞ୍ଜୀକରଣ ଏବଂ ନିୟାମକ ୨୦୨୪" ନିର୍ଦ୍ଦେଶାବଳୀ ପାଳନ କରିବାରେ ବିଫଳ ହୁଅନ୍ତି ତାହେଲେ ପ୍ରଥମ ଥର ପାଇଁ ୨୫୦୦୦ ଟଙ୍କାର ଜରିମାନା ଲାଗୁ କରାଯିବ। ଯଦି ଦ୍ୱିତୀୟ ଥର ପାଇଁ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରାଯାଏ ତାହେଲେ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ। ଯଦି କୌଣସି ଛାତ୍ର ପୁରା ପାଠ୍ୟକ୍ରମ ପାଇଁ ଦେୟ ପ୍ରଦାନ କରିବା ପରେ ଯଦି ସେ ମଧ୍ୟଭାଗରୁ ପାଠ୍ୟକ୍ରମ ଛାଡନ୍ତି ତାହେଲେ ଏଭଳି ପରିସ୍ଥିତିରେ କୋଚିଂ ପ୍ରତିଷ୍ଠାନକୁ ଅବଶିଷ୍ଟ ପାଠ୍ୟକ୍ରମ ଫି ଫେରସ୍ତ କରିବାକୁ ପଡିବ। ଯେଉଁଥିରେ ହଷ୍ଟେଲ ଏବଂ ମେସ୍ ଫି ମଧ୍ୟ ଅନ୍ତର୍ଭୂକ୍ତ କରାଯିବ।

"କୋଚିଂ ସେଣ୍ଟର ପଞ୍ଜୀକରଣ ଏବଂ ନିୟାମକ ୨୦୨୪" ନିର୍ଦ୍ଦେଶାବଳୀ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କହିଛି ଯେ କୋଚିଂ ସେଣ୍ଟର ଶତପ୍ରତିଶତ ଚୟନ ଏବଂ ଚାକିରି ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ।

କୋଚିଂ ସେଣ୍ଟର କୌଣସି ଛାତ୍ରଙ୍କୁ ପ୍ରାରମ୍ଭିକ ଏବଂ ମୁଖ୍ୟ ପରୀକ୍ଷା ପାସ୍ କରାଇବାର କୌଣସି ଗ୍ୟାରେଣ୍ଟି ଦାବି କରିବାକୁ ସମର୍ଥ ହେବେ ନାହିଁ।

କୋଚିଂ ସେଣ୍ଟର ଠାରେ ବିଭ୍ରାନ୍ତିକର ବିଜ୍ଞାପନ ରୋକିବା ପାଇଁ ନିୟାମକ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କୋଚିଂ ସେଣ୍ଟର ସହ ଜଡ଼ିତ ବିଜ୍ଞାପନ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯିବ।

ନୂତନ ନିୟମ ଅନୁଯାୟୀ ସେମାନଙ୍କ ପ୍ରତିଷ୍ଠାନରୁ ପାସ୍ କରୁଥିବା ଛାତ୍ରୀଛାତ୍ରଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ।

କୋଚିଂ ସେଣ୍ଟର ଦ୍ୱାରା ଜାରି କରାଯାଇଥିବା ବିଜ୍ଞାପନରେ ସଫଳ ପ୍ରାର୍ଥୀଙ୍କ ଫଟୋ, ପାଠ୍ୟକ୍ରମ ଏବଂ ଏହାର ସମୟ, ରାଙ୍କ୍ ସମ୍ପର୍କରେ ଦର୍ଶାଇବାକୁ ହେବ।

ଗ୍ରାହକ ସୁରକ୍ଷା ପ୍ରାଧିକରଣ ନିର୍ଦ୍ଦେଶନାମା ଜାରି କରି କହିଛି ଯେ କୌଣସି କୋଚିଂ ସେଣ୍ଟର ଶତ ପ୍ରତିଶତ ଚାକିରି ପ୍ରଦାନ କରିବା ନେଇ ଗ୍ୟାରେଣ୍ଟି ଦେଇପାରିବେ ନାହିଁ।

ନୂତନ ନିର୍ଦ୍ଦେଶାବଳୀରେ ଏହା ମଧ୍ୟ କୁହାଯାଇଛି ଯେ କୋଚିଂ ସେଣ୍ଟର ସେମାନଙ୍କ ସଫଳତା ହାର କିମ୍ବା ଚୟନ ସଂଖ୍ୟା ଏବଂ ଅନ୍ୟ କୌଣସି ଅଭ୍ୟାସ ସମ୍ବନ୍ଧରେ ମିଥ୍ୟା ଦାବି କରିବେ ନାହିଁ।

ବିଜ୍ଞାପନରେ Term & Conditions ସମ୍ବନ୍ଧୀୟ ସୂଚନାର Font ବିଜ୍ଞାପନରେ ବ୍ୟବହାର ହେବା ଭଳି ସମାନ ହେବ।

ଏହା ମଧ୍ୟ ସ୍ପଷ୍ଟ କରାଯାଇଛି କୋଚିଂ ସେଣ୍ଟର ଦ୍ୱାରା ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଜରିମାନା ଗ୍ରାହକ ସୁରକ୍ଷା ଆଇନ ୨୦୧୯ ଅନୁଯାୟୀ ନିର୍ଦ୍ଧାରିତ ହେବ।



Source: ZeeNews

No comments:

Post a Comment