Sunday, January 7, 2024

Pension Hike: ଦୁଃଖ ବୁଝିଲେ ସରକାର; ବଢ଼ାଇବେ ମାସିକ ଭତ୍ତା

Pension Hike: ବଢ଼ିବ ମାସିକ ଭତ୍ତା। ସରକାର ଭତ୍ତା ବୃଦ୍ଧି କରିବାକୁ ଚିନ୍ତା କରୁଥିବା ନେଇ 5T ଅଧ୍ୟକ୍ଷ କହିବା ପରେ ହିତାଧିକାରୀଙ୍କ ଭିତରେ ନୂଆ ଆଶା ସଞ୍ଚାର ହୋଇଛି।


Pension Hike: ବଢ଼ିବ ମାସିକ ଭତ୍ତା। ସରକାର ଭତ୍ତା ବୃଦ୍ଧି କରିବାକୁ ଚିନ୍ତା କରୁଥିବା ନେଇ 5T ଅଧ୍ୟକ୍ଷ କହିବା ପରେ ହିତାଧିକାରୀଙ୍କ ଭିତରେ ନୂଆ ଆଶା ସଞ୍ଚାର ହୋଇଛି।



Pension Hike in Odisha: ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ତଥା ବିଧବାଙ୍କ ଭତ୍ତା ବଢ଼ିବା ନେଇ ସଙ୍କେତ ପରେ ଲୋକଙ୍କ ଖୁସୀ କହିଲେ ନସରେ।



ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବା କହିଥିଲେ 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ। ଆଉ ଏବେ ହିତାଧିକାରୀ କହିଛନ୍ତି ଯାହା ମିଳୁଛୁ ସେଥିରେ ଚଳିବା ଟିକେ କଷ୍ଟ ହେଉଥିଲା। ହେଲେ ଏବେ ଭତ୍ତା ବଢ଼ିଲେ କଷ୍ଟ ଲାଘବ ହେବ।



ବଢ଼ିବ ମାସିକ ଭତ୍ତା। ସରକାର ଭତ୍ତା ବୃଦ୍ଧି କରିବାକୁ ଚିନ୍ତା କରୁଥିବା ନେଇ 5T ଅଧ୍ୟକ୍ଷ କହିବା ପରେ ହିତାଧିକାରୀଙ୍କ ଭିତରେ ନୂଆ ଆଶା ସଞ୍ଚାର ହୋଇଛି। ମଧୁବାବୁ ପେନସନ ଯୋଜନାର ସମସ୍ତ ହିତାଧିକାରୀ ଅଧିକ ଟଙ୍କା ପାଇବାକୁ ଯାଉଛନ୍ତି।




ହିତାଧିକାରୀ କହିଛନ୍ତି ଦରଦାମ ବଢ଼ିଲାଣି। ଯାହା ଭତ୍ତା ମିଳୁଛି ତାହା ଅଣ୍ଟୁନି। ହେଲେ ଏବେ ଭତ୍ତା ବଢ଼ାଇବାକୁ ସରକାର ଚିନ୍ତା କରୁଥିବାରୁ ଚିନ୍ତା ଟିକେ ଦୂର ହେବ।



ରାଜ୍ୟରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇଁ ୫୦୦ ଟଙ୍କା ମିଳୁଥିବା ବେଳେ ୮୦ ବର୍ଷରୁ ଉପରକୁ ହିତାଧିକାରୀଙ୍କୁ ମିଳୁଛି ୭୦୦ ଟଙ୍କା। ସେହିଭଳି ୪୦ରୁ ୬୦% ପ୍ରତିଶତ ଭିନ୍ନକ୍ଷମ ମାନଙ୍କୁ ୫୦୦ ଟଙ୍କା ଏବଂ ୬୦% ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ମାନଙ୍କୁ ୭୦୦ ଟଙ୍କା ଭତ୍ତା ଦିଆଯାଉଛି। ଠିକ ସେହିଭଳି ଅବିବାହିତ ଭତ୍ତା ବାବଦରେ ୫୦୦ ଟଙ୍କା ମିଳୁଥିବା ବେଳେ ୭୦ ବର୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁଛି ୭୦୦ଟଙ୍କା।




ହେଲେ ଆନ୍ଧ୍ର ଓ ତେଲଙ୍ଗାନା ପରି ରାଜ୍ୟରେ ଭତ୍ତା ରାଶି ଢେର୍ ଅଧିକ। ଆନ୍ଧ୍ରରେ ଭତ୍ତା ୨୭୫୦ ଟଙ୍କା ମିଳୁଥିବା ବେଳେ ତେଲଙ୍ଗାନାରେ ମିଳୁଛି ୨୦୦୦ ଟଙ୍କା। ତେଣୁ ଭତ୍ତା ନିହାତି ବଢିବା ଦରକାର ବୋଲି କହିଛନ୍ତି ଜନ ପ୍ରତିନିଧି।




୨୦୦୮ ଜାନୁଆରୀ ୧ରେ ଆରମ୍ଭ ହୋଇଥିଲା ମଧୁବାବୁ ପେନସନ ଯୋଜନା। ଆଉ ୨୦୧୯ ଜାନୁଆରି ୧ରେ ଶେଷଥର ପାଇଁ ୨୦୦ ଟଙ୍କା ଭତ୍ତା ରାଶି ବୃଦ୍ଧି କରିଥିଲେ ରାଜ୍ୟ ସରକାର।



Source: News18

No comments:

Post a Comment