Thursday, January 11, 2024

Earthquake in Delhi: ରାଜଧାନୀରେ ବଡ ଧରଣର ଭୂମିକମ୍ପ ଝଟ୍‌କା, ଥରିଲା ଉତ୍ତର ଭାରତ



ଭୂମିକମ୍ପ ଝଟକାରେ ଛାରଖାର ଆଫଗାନିସ୍ତାନ; ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

Earthquake in Delhi: ପୁଣି ଥରିଲା ଭାରତ । ପୁଣି ଥରିଲା ରାଜଧାନୀ । ଦିଲ୍ଲୀ ଏନ୍‌ସିଆର୍‌ରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି ।ଅଧିକ ପଢ଼ନ୍ତୁ …



Earthquake in Delhi: ପୁଣି ଥରିଲା ଭାରତ । ପୁଣି ଥରିଲା ରାଜଧାନୀ । ଦିଲ୍ଲୀ ଏନ୍‌ସିଆର୍‌ରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଝଟ୍‌କା ଫଳରେ ବେଶ୍‌ କିଛି ସମୟ ଧରି ଥରହର ହୋଇଛି ପୂରା ଅଞ୍ଚଳ । ଭୟରେ ଲୋକମାନେ ବାହାରକୁ ଦୌଡି ଆସିଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂକମ୍ପର ଝଟ୍‌କା ୬.୨ ମ୍ୟାଗ୍ନିଟ୍ୟୁଡ୍‌ ରେକର୍ଡ କରାଯାଇଛି ।

ଆଫଗାନିସ୍ତାନର ଫୈଜାବାଦ ହେଉଛି ଭୂମିକମ୍ପର କେନ୍ଦ୍ରସ୍ଥଳ । ହିନ୍ଦୁକୂଶ ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପର ପ୍ରଭାବ ଆଖପାଖକୁ ମଧ୍ୟ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏପରିକି ଜାମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଭୂମିକମ୍ପର ତୀବ୍ରତା ଅନୁଭୂତ ହୋଇଥିବା ଜଣାପଡିଛି । ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପର ତୀବ୍ରତା ଅନୁଭୂତ ହୋଇଛି । ତେବେ ଝଟ୍‌କା ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବା ବେଳେ ରେସ୍କ୍ୟୁ ଟିମ୍‌କୁ ତୁରନ୍ତ ପଠାଯାଉଛି ।


Source: News18

No comments:

Post a Comment