Saturday, January 6, 2024

BSKY Nabin Card: ଆଜିଠୁ ରେଜିଷ୍ଟ୍ରେସନ; କେବଳ ଗ୍ରାମାଞ୍ଚଳ ନୁହେଁ ଏମାନଙ୍କୁ ବି ମିଳିବ ସୁବିଧା

Nabin Card: ସ୍ପଷ୍ଟ କଲେ ୫ଟି ଅଧ୍ୟକ୍ଷ…ଏମାନେ ବି କରିପାରିବେ ନବୀନ କାର୍ଡ଼ ପାଇଁ ପଞ୍ଜିକରଣ । ଆଜିଠୁ ଆରମ୍ଭ ରେଜିଷ୍ଟ୍ରେସନ ।


BSKY Nabin Card: ଦୂର ହେବ ଗରିବ ଲୋକଙ୍କ ଚିକିତ୍ସା ଟେନ୍‌ସନ । ମେଡିକାଲରେ ବଡ଼ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବା BSKY ହେଲ୍‌ଥ କାର୍ଡ ପରେ ଏବେ ଆସୁଛି BSKY ନବୀନ କାର୍ଡ ।ଗ୍ରାମାଞ୍ଚଳ ପରେ ସହରାଞ୍ଚଳ ଲୋକ ଓ ସରକାରୀ କର୍ମଚାରୀ ପାଇବେ ବିଏସକେଓ୍ବାଇ ନବୀନ କାର୍ଡ । ପରବର୍ତ୍ତୀ ପର୍ଯ୍ୟାୟ ଅର୍ଥାତ ଆଉ ତୃତୀୟ ପର୍ଯ୍ୟାୟରେ ସହରାଞ୍ଚଳବାସୀଙ୍କୁ ଯୋଜନାରେ ସାମିଲ କରାଯିବ। କଟକ ବାଲିଯାତ୍ରା ଉପର ପଡ଼ିଆରେ ଏନେଇ ସୂଚନା ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏବେ ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ଦେବାକୁ ନିଷ୍ପତ୍ତି ନିଆଯାଇଛି।




BSKY Nabin Card:
ଅଧିକରୁ ଅଧିକ ଲୋକଙ୍କ ମାଗଣା ସ୍ବାସ୍ଥ୍ୟ ସେବା ପାଇଁ ଏହି ଆବେଦନ ପ୍ରକ୍ରିୟାକୁ ଆହୁରି ସରଳ କରିଛନ୍ତି ସରକାର । ଏଥି ପାଇଁ ଜାନୁଆରୀ ୬ରୁ ୧୬ ଯାଏଁ ଚାଲିବ ପଞ୍ଜୀକରଣ । ଅନଲାଇନ ସହ ମୋ ସେବା କେନ୍ଦ୍ରରେ ହୋଇପାରିବ ରେଜିଷ୍ଟ୍ରେସନ ।




BSKY Nabin Card: କାହା ନାମରେ କରିପାରିବେ ପଞ୍ଜିକରଣ BSKY ନବୀନ କାର୍ଡ ପରିବାର ମୁଖ୍ୟଙ୍କ ନାଁରେ ସମସ୍ତେ କରିପାରିବେ ପଞ୍ଜିକରଣ




BSKY Nabin Card:
BSKY କାର୍ଡ଼ ଥିବା ସତ୍ତ୍ବେ ନବୀନ କାର୍ଡ଼ ଆପ୍ଲାଏ କରିପାରିବ କି ନା, ଯଦି ଜଣେ ବ୍ୟକ୍ତିଙ୍କର ପୂର୍ବରୁ BSKY କାର୍ଡ଼ ଅଛି, ତେବେ ତାଙ୍କୁ ନବୀନ କାର୍ଡ଼ର ସୁବିଧା ମିଳିବ ନାହିଁ । ଯଦି ବି ସେ ନବୀନ କାର୍ଡ଼ ଆପ୍ଲାଏ କରୁଛନ୍ତି, ତେବେ ତାହା ରିଜେକ୍ଟ ହୋଇଯିବ ।





BSKY Nabin Card: BSKY ଓ ନବୀନ କାର୍ଡ଼ ମଧ୍ୟରେ କଣ ରହିଛି ପାର୍ଥକ୍ୟ ? BSKY ସ୍ୱାସ୍ଥ୍ୟ କାର୍ଡ଼ କେବଳ ରାସନକାର୍ଡଧାରୀ ପାଇଁ ଉପଲବ୍ଧ ଥିଲା, ଏହା ପଞ୍ଚାୟତସ୍ତରରେ ବଣ୍ଟନ ହେଉଥିଲା । କିନ୍ତୁ ବର୍ତ୍ତମାନ ନବୀନ କାର୍ଡ ଆପ୍ଲାଏ କରୁଥିବା ବ୍ୟକ୍ତିଙ୍କର ରାସନକାର୍ଡଧାରୀ ହୋଇ ନଥିଲେ ମଧ୍ୟ ନବୀନ କାର୍ଡ ପାଇପାରିବେ । ହେଲେ ଆପଣ ନିୟମିତ ପେନସନଧାରୀ ବା ସରକାରୀ କର୍ମଚାରୀ କିମ୍ବା ଆୟକର ଦାତା ହୋଇନଥିବେ ।





BSKY Nabin Card:
ପଞ୍ଜୀକରଣ ପାଇଁ କେଉଁ କାଗଜପତ୍ର ଆବଶ୍ୟକ -ଆବେଦନକାରୀଙ୍କ ମୋବାଇଲ ନମ୍ବର ସହ ଆଧାର ସଂଯୋଗ ଜରୁରୀ -୧୮ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଭୋଟ ପରିଚୟ ପତ୍ର -ଆବେଦନକାରୀଙ୍କ ସଦ୍ୟତମ ଫଟୋ -୫ ବର୍ଷରୁ କମ୍‌ ପିଲାଙ୍କ ସମେତ ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ଜରୁରୀ -୫ ବର୍ଷରୁ କମ୍‌ ପିଲାଙ୍କ ଆଧାର ନଥିଲେ ଜୁନ ୩୦ ସୁଦ୍ଧା ଦାଖଲ କରିବା ନେଇ ଅଣ୍ଡରଟେକିଂ ଦେଇପାରିବେ




BSKY Nabin Card:
ନବୀନ କାର୍ଡର ସୁବିଧା ତାଲିକାଭୁକ୍ତ ସମସ୍ତ ରାଜ୍ୟ ଓ ରାଜ୍ୟ ବାହାର ଘରୋଇ ହସ୍‌ପିଟାଲରେ ମାଗଣାରେ ଚିକିତ୍ସା ସୁବିଧା ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ହୃଦରୋଗ, କିଡନୀ ରୋଗ, ବ୍ରେନ୍ ଷ୍ଟ୍ରୋକ, ବ୍ରେନ୍ ଟ୍ୟୁମର ଭଳି ଜଟିଳ ରୋଗର ଚିକିତ୍ସା ମିଳିପାରିବ ଗମ୍ଭୀର ମସ୍ତିସ୍କ କ୍ଷତ, ପୋଡ଼ାଜଳା ଆହତ, ସ୍ନାୟୁ, ମାଂସପେଶୀ, କ୍ୟାନସର ଭଳି ଜଟିଳ ରୋଗର ଚିକିତ୍ସା ମିଳିପାରିବ l


Source: News18

No comments:

Post a Comment