Friday, January 12, 2024

ଶ୍ରୀମନ୍ଦିର ଚୌହଦୀ କହିବ ଶ୍ରୀଜଗନ୍ନାଥଙ୍କ କଥା; ବେଦ ଉଚ୍ଚାରଣରେ କମ୍ପିବ ଚାରି ଦ୍ୱାର





ଶ୍ରୀମନ୍ଦିର ଚୌହଦି କହିବ ଶ୍ରୀଜଗନ୍ନାଥଙ୍କ କଥା… ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ପୁରୀରେ ଜୋରସୋରରେ ପ୍ରସ୍ତୁତି….

ଶ୍ରୀମନ୍ଦିର ଚୌହଦି କହିବ ଶ୍ରୀଜଗନ୍ନାଥଙ୍କ କଥା… ବେଦ ଉଚାରଣରେ କମ୍ପିବ ଚାରି ଦ୍ବାର…. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ପୁରୀରେ ଜୋରସୋରରେ ପ୍ରସ୍ତୁତି…. ନାମ ସଂକୀର୍ତ୍ତନ ସହ ଘରେ ଘରେ ଉଡ଼ିବ ପତିତପାବନ ବାନା….

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ପ୍ରତିଷ୍ଠା ଉତ୍ସବ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଶ୍ରୀମନ୍ଦିର ଚୌହଦି କହିବ ଶ୍ରୀଜଗନ୍ନାଥଙ୍କ କଥା। ଉତ୍କଳୀୟ କଳା ସ୍ଥାପତ୍ଯ ଓ ସଂସ୍କୃତିର ଝଲକ ଦେଖିବ ବିଶ୍ବ । ଭକ୍ତଙ୍କ ମନରେ ଅଧ୍ୟାତ୍ମିକ ଭାବନା ଜାଗ୍ରତ କରିବା ପାଇଁ ଚାରିଦ୍ୱାରରେ ଚାରି ବେଦ ପାଠ କରାଯିବ। ନାମ ସଂକୀର୍ତ୍ତନ ସହ ପୁରୀର ଘରେ ଘରେ ଲାଗିବ ପତିତପାବନ ବାନା ଓ ପଡିବ ଝୋଟି ଚିତା ।

ବେତମନ୍ତ୍ର ଉଚ୍ଚାରଣରେ କମ୍ପିବ ଶ୍ରୀମନ୍ଦିର ଚତୁପାର୍ଶ୍ବ। ନାମ ସଂକିର୍ତ୍ତନରେ ପରିସ୍ଫୁଟିତ ହେବ ଆଧ୍ଯାତ୍ମିକ ପରିବେଶ। ୬୦ଜଣ ବେଦ ବିଦ୍ଯାର୍ଥୀ ବେଦପାଠ କରିବେ। ସିଂହଦ୍ୱାରରେ ଋଗ୍ ବେଦ , ଦକ୍ଷିଣଦ୍ୱାରରେ ଯଦୁର୍ବେଦ , ପଶ୍ଚିମଦ୍ୱାରରେ ସାମ୍‌ବେଦ ଓ ଉତ୍ତର ଦ୍ୱାରରେ ଅର୍ଥବ ବେଦ ପାଠ କରାଯିବ। କେଉଁ ସମୟରେ କଣ କରାଯିବ ସେନେଇ ପ୍ରସ୍ତୁତ ହୋଇଛି ନିର୍ଘଣ୍ଟ । ଜାନୁଆରୀ ୧୫ରୁ ୧୭ ପର୍ଯ୍ଯନ୍ତ ଚାଲିବ ନାମ ସଂକୀର୍ତନ। ୧୭ ତାରିଖରେ ସୂର୍ଯ୍ଯପୁଜା, ଧରିତ୍ରୀ ପୂଜା, ଗୋପୂଜା, ପଂଚକର୍ମ, ବାସ୍ତୁଶାଧନ, ଅଧିବାସ ଓ ଫଳକ ଲୋକାର୍ପଣ , ଦିନ ସାଢେ ୧ଟାରୁ ୨ଟା୨୫ ମଧ୍ଯରେ ପୂର୍ଣ୍ଣାହୁତି ଓ ଆରତୀ ଏବଂ ପୁଷ୍ପାଞ୍ଜଳି ଦିଆଯିବ।


ଶ୍ରୀମନ୍ଦିର ଚାରିଦ୍ୱାର ସମ୍ମୁଖରେ କରାଯାଉଛି ବେଦ ମଣ୍ଡପ। ୮ ବର୍ଗଫୁଟର ଏହି ମଣ୍ଡପ ଉପରେ ଝୋଟି ଚିତା ପକାଯାଉଛି । ଶ୍ରୀମନ୍ଦିର ଐଶାନ୍ଯ କୋଣରେ ନିର୍ମାଣ ହୋଇଛି ଯଜ୍ଞ ମଣ୍ଡପ ଓ ଯଜ୍ଞ ଶାଳା। ମୁଖ୍ୟ ଯଜ୍ଞକୁଣ୍ଡ ସହ ପିଣ୍ଡି ଉପରେ ଚାରୋଟି ଛୋଟ ଯଜ୍ଞ କୁଣ୍ଡ ନିର୍ମାଣ ହୋଇଛି । ପର୍ଯ୍ଯଟକ ଓ ଶ୍ରଦ୍ଧାଳୁଙ୍କ ମନରେ ଏକ ଆଧ୍ଯାତ୍ମିକ ଭାବନା ସୃଷ୍ଟି କରିବା ପାଇଁ ହୋଇଛି ବ୍ୟବସ୍ଥା । ପୁରୀ ସହରର ଘରେ ଘରେ ଲାଗିବ ପତିତପାବନ ବାନା, ଘର ସମ୍ମୁଖରେ ଝୋଟି ଚିତା ଅଙ୍କାଯିବା ସହ ପ୍ରଦୀପ ପ୍ରଜ୍ଜ୍ବଳନ କରିଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସେବାୟତଙ୍କୁ ବିଧିବଦ୍ଧ ନିମନ୍ତ୍ରଣ ପତ୍ର ଦିଆଯାଇଛି ।


Source: News18

No comments:

Post a Comment