Monday, January 29, 2024

ଟାଟା ତିଆରି କରିବ ହେଲିକପ୍ଟର



ଫ୍ରାନ୍ସ କମ୍ପାନି ଏୟାରବସ୍ ସହ ମିଶି ଟାଟା ଗ୍ରୁପ୍ ଭାରତରେ ହେଲିକପ୍ଟର ନିର୍ମାଣ କରିବ । ମିଳିତ ଭାବେ ଏହି ଦୁଇ କମ୍ପାନୀ ଏକ୧୨୫ ସିଙ୍ଗଲ ଇଞ୍ଜିନ ହେଲିକପ୍ଟର ନିର୍ମାଣ କରିବେ । ଗୁଜରାଟର ବଡ଼ୋଦରା ଠାରେ ବାଣିଜ୍ୟିକ ବ୍ୟବହାର ପାଇଁ ଫାଇନାଲ ଆସେମ୍ବଲି ଲାଇନ ଏଫଏଏଲ ସ୍ଥାପନ କରିବେ । ୩୬ ଏକର ପରିମିତ ସ୍ଥାନରେ ଉକ୍ତ ଏଫଏଏଲ ପରିବ୍ୟାପ୍ତ ରହିବ ।

ଏହା ସହ ଚଳିତବର୍ଷ ମଧ୍ୟଭାଗ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ ଏବଂ ନଭେମ୍ବରରୁ ଉତ୍ପାଦନ ଆରମ୍ଭ ହେବ ବୋଲି କୁହାଯାଇଛି । ହାଇଦ୍ରାବାଦ ଠାରେ ମୁଖ୍ୟ ଉପକରଣ ଏମସିଏ ଲାଇନ୍‌ରେ ଉତ୍ପାଦନ ହେବାକୁ ଥିବା ଉପକରକୁ ବେଡ଼ଡ଼ରା ଅଣାଯାଇ ହେଲହିକପ୍ଟର ନିର୍ମାଣରେ ବ୍ୟବହାର କରାଯିବ । ଏହି ଦୁଇ କମ୍ପନୀଙ୍କ ଚୁକ୍ତି ଅନୁଯାୟୀ, ସେମାନେ ଅତିକମ୍‌ରେ ୪୦ଟି ସି-୨୯୫ ପରିବହନ ବିମାନ ନିର୍ମାଣ କରିବେ ଟାଟା ଆଡଭାନ୍ସ ସିଷ୍ଟମ୍ସ ଲିମିଟେଡ (ଟିଏଏସ୍‌ଏଲ ) ଉକ୍ତ କାର୍ଯ୍ୟରୁ ନିରୀକ୍ଷଣ କରିବ ।


ବିଦେଶ ସଚିବ ବିନୟ କ୍ୱାତ୍ରା ଘୋଷଣା କରିଛନ୍ତି ଯେ, ଭାରତ ଏବଂ ଫ୍ରାନ୍ତି ପ୍ରତିରକ୍ଷା-ଶିଳ୍ପ ରୋଡମ୍ୟାପ୍ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗିତା ସ୍ଥାପନ ନେଇ ରାଜି ନାମାରେ ପହଞ୍ଚିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାୁଏଲେ ମାକ୍ରନଙ୍କ ଗସ୍ତ ଅବସରରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଟାଟା ଗ୍ରୁପ ଅଧ୍ୟକ୍ଷ ଏନ ଚନ୍ଦ୍ର ଶେଖରନ୍ କହି ଛନ୍ତି ଟାଟା ଗ୍ରୁପ୍ ଘରୋଇ କ୍ଷେତ୍ରରେ ପ୍ରଥମ ହେଲିକପ୍ଟର ଆସେମ୍ବଲି ସୁବିଧା ସ୍ଥାପନ କରି ଅତ୍ୟନ୍ତ ଆନନ୍ଦିତ । ଉଭୟ ଭାରତ ଏବଂ ବିଦେଶରେ ବିକ୍ରି ଉଦ୍ଦେଶ୍ୟରେ ଏଚ୍ ୧୨୫ ସିଙ୍ଗିଲ ଇଞ୍ଜିନ୍ ହେଲିକପ୍ଟର ନିର୍ମାଣ ହେବ ବୋଲି ଚନ୍ଦ୍ର ଶେଖରନ୍ କହିଛନ୍ତି ।



Source: Oneindia

No comments:

Post a Comment