Friday, December 22, 2023

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News: ବର୍ତ୍ତମାନ ସୁଦ୍ଧା ରାଜ୍ୟ ତଥା ଦେଶରେ ଘଟିଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।

Top 10 News Headlines:

1- ନୂଆ ଜିଲ୍ଲା ଗଠନ ଉପରେ ଅଂକୁଶ : ନୂଆ ଜିଲ୍ଲା ଘୋଷଣା କରିବା ପାଇଁ ସିଧାସଳଖ ରାଜ୍ୟ ସରକାର ଘୋଷଣା କରିପାରିବେ ନାହିଁ । କାରଣ ଏଥିପାଇଁ ହାଇକୋର୍ଟଙ୍କ ଅନୁମତି ଆବଶ୍ୟକ । ହାଇକୋର୍ଟଙ୍କ ବିନା ଅନୁମତିରେ ନୂଆ ଜିଲ୍ଲା ଗଠନ ହୋଇପାରିବ ନାହିଁ ।

2- ବର୍ଷର ସବୁଠୁ ଛୋଟ ଦିନ:
ଡିସେମ୍ବର ୨୨ ଚଳିତ ବର୍ଷର ସବୁଠୁ ଛୋଟ ଦିନ । ଓଡ଼ିଶାରେ ଆଜି ଦିନ ସମୟ ୧୦ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ । ପୂର୍ବରୁ ଏହା ଅଧିକାଂଶ ଦିନ ଡିସେମ୍ୱର ୨୧ରେ ପଡିଥିବା ସମୟରେ ଏଥର ପରିବର୍ତ୍ତନ ହୋଇଛି । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ପରିକ୍ରମା ଓ କକ୍ଷ ପରିବର୍ତ୍ତନ କାରଣରୁ ଏହା ହୋଇଥାଏ ।

3- ପ୍ରାଗର ବିଶ୍ୱବିଦ୍ୟାଳୟରେ ଗୁଳିମାଡ: ପ୍ରାଗରରେ ଥିବା ଏକ ବିଶ୍ୱବିଦ୍ୟାଳୟରେ ଗୁଳିମାଡ କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତକାଲି ଅପରାହ୍ଣରେ ଏହି ଘଟଣା ଘଟିବା ପରେ ଡିସେମ୍ୱର ୨୩ ତାରିଖରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । କେଉଁ କାରଣରୁ ଏତେବଡ କାଣ୍ଡ ହେଲା ସେନେଇ ତଦନ୍ତ ଚାଲିଛି ।

4- ଜାନୁଆରୀ ୨୬ରେ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି: ୨୦୨୪ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ଫ୍ରାନ୍ସ, ରାଷ୍ଟ୍ରପତି ଇମାନ୍ୟୁଏଲ ମାକରନ ଭାରତ ଆସିବେ । ପତାକା ଉତ୍ତୋଳନ ସମୟରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିବେ । ଏନେଇ ତାଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ତେବେ କୋଣସି ସରକାରୀ ସ୍ତରରେ ଏନେଇ ଘୋଷଣା କରାଯାଇନାହିଁ ।

5- ତାମିଲନାଡୁକୁ ୯୦୦ କୋଟି: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ପରେ ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ୯୦୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାମିଲନାଡୁକୁ ଦୁଇଟି କିସ୍ତିରେ ସହାୟତା ରାଶି ମିଳିବ ।

6- ସୀମାରେ ସୁରକ୍ଷା କଡାକଡି: ରାଉରକେଲା ସୀମା ମନୋହରପୁର ଷ୍ଟେସନ ବିରୁୱା ନିକଟରେ ନକ୍ସଲ ପକ୍ଷରୁ ରେଳ ଧାରଣା ଉଡାଇ ଦେବା ପରେ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି । ଛତିଶଗଡ, ଝାଡଖଣ୍ଡ ସୀମାରେ ଥିବା ୪ଜିଲ୍ଲା ଏସପିଙ୍କୁ ମଧ୍ୟ ସତର୍କ ରହିବାକୁ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାର କେନ୍ଦୁଝର ସମେତ କୋରାପୁଟ, ମାଲକାନଗିରି ଓ ସୁନ୍ଦରଗଡ ଜିଲ୍ଲା ଏସପିଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।

7- ପୁଞ୍ଚ ଆତଙ୍କୀ ହମଲାରେ ଆମେରିକା ବନ୍ଧୁକ: ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀ ହମଲାରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସର୍ଚ୍ଚ ଅପରେସନ ପାଇଁ ସୁରନକୋଟକୁ ଯାଉଥିବା ଦୁଇଟି ସେନା ଗାଡି଼ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । PAFF ଆତଙ୍କୀ ସଂଗଠନ ସୋଶାଲ ମିଡିଆରେ ପେଜରେ ରାଇଫଲର ଫଟୋ ପୋଷ୍ଟ କରିଛି । ପୁଞ୍ଚରେ ଏହା ବ୍ୟବହାର ହୋଇଥିବା ଚର୍ଚ୍ଚା ହେଉଥିବାବେଳେ ଏହା ଆମେରିକାରୁ ଆସିଥିବା କୁହାଯାଉଛି ।

8- ନୂଆ ବର୍ଷ ପୂର୍ବରୁ ଶସ୍ତା ହେବ ଗ୍ୟାସ ଦର: ନୂଆ ବର୍ଷ ପୂର୍ବରୁ ସରକାର ସାଧାରଣ ଲୋକଙ୍କୁ ଏକ ବଡ ଉପହାର ଦେଇଛନ୍ତି। କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ଶସ୍ତା କରିଛନ୍ତି। ଏହି ହ୍ରାସ ୧୯ କିଲୋଗ୍ରାମ ବ୍ୟବସାୟିକ LPG ସିଲିଣ୍ଡର ଉପରେ ଲାଗୁ କରାଯାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୯.୫୦ ଟଙ୍କା ହ୍ରାସ କରିଛନ୍ତି। LPG ମୂଲ୍ୟରେ ଏହି ହ୍ରାସ ହୋଟେଲ ଏବଂ ରେଷ୍ଟୁରାଣ୍ଟ ପରି ବ୍ୟବସାୟିକ LPG ବ୍ୟବହାରକାରୀଙ୍କୁ ଆରାମ ପ୍ରଦାନ କରିବ।

9- ଯୋରନ୍ଦା ମହିମା ପୀଠରେ ଭୂମିପୂଜନ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରସିଦ୍ଧ ମହିମା ପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ, ଭବ୍ୟ ମହିମା ଗାଦି ଶୂନ୍ୟ ମଣ୍ଡପ ନିର୍ମାଣ ଏବଂ ମହିମା ଗାଦି ଚତୁଃପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟର ଭୂମି ପୂଜନ କରିଛନ୍ତି। ପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୧୧୨ କୋଟି ଏଥିସହିତ ୩ ବର୍ଷ ମଧ୍ୟରେ କାମ ସରିବ ବୋଲି ସୂଚନା ଦିଆଯାଇଛି ।

10- ଶିମିଳିପାଳରେ ଶୂନ ଡିଗ୍ରୀ: ରାଜ୍ୟରେ ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ରାତି ବଢିବା ସାଙ୍ଗକୁ ପାରଦ ଖସିବାରେ ଲାଗିଛି। ରାଜ୍ୟରେ ଗତକାଲି ଚଳିତ ବର୍ଷର ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଛି। ଶିମିଳପାଳରେ ପାରଦ ଶୂନ ଡିଗ୍ରୀରେ ପହଞ୍ଚିଛି। ଏହା ସହିତ ଦାରିଙ୍ଗିବାଡି ଓ କିରେଇ ଭଳି ଅଞ୍ଚଳରେ ପାରଦ ତଳମୂହାଁ ରହିଛି। କନ୍ଧମାଳର ଜି ଉଦୟଗିରିରେ ୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି କୋରାପୁଟ ସେମିଳିଗୁଡ଼ାରେ ୫.୭ ଡିଗ୍ରୀ, ଫୁଲବାଣୀରେ ୬.୫ ଡିଗ୍ରୀ, ଫୁଲବାଣୀରେ ୬.୫ ଡିଗ୍ରୀ, ସୁନ୍ଦରଗଡ଼ର କିରେଇରେ ୬.୬ ଡିଗ୍ରୀ ଓ କୋରାପୁଟରେ ୭.୬ ଡିଗ୍ରୀ ତାପମାତ୍ରା ରେର୍କଡ଼ କରାଯାଇଛି । ପ୍ରାୟ ୧୬ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଟ୍ବିଇନ୍ ସିଟିରେ ତାପମାତ୍ରା ୧୨ ଡିଗ୍ରୀକୁ ଖସିଛି । ଅନ୍ୟପଟେ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ କାଶ୍ମୀର ପାଲଟିଛି।




Source: Zee News

No comments:

Post a Comment