Wednesday, December 27, 2023

Puri News: ନୂଆବର୍ଷରୁ ପୁରୀବାସୀ ପାଇବେ ଏହି ବିଶେଷ ସୁବିଧା, ଜାଣନ୍ତୁ କ'ଣ?



Puri News: ନୂଆବର୍ଷରୁ(New Year)ବଦଳିବ ବ୍ୟବସ୍ଥା। ନୂଆ ବ୍ୟବସ୍ଥା ମଧ୍ୟରେ ଶ୍ରୀଜିଉଙ୍କ (Lord Jagannath ) ଦର୍ଶନ ପାଇବେ ଭକ୍ତ। ସେପଟେ ପୁରୀବାସୀଙ୍କ ପାଇଁ ମଧ୍ୟ ହେବ ସ୍ୱତନ୍ତ୍ର ଦର୍ଶନ ବ୍ଯବସ୍ଥା। ପଢନ୍ତୁ ପୂରା ରିପୋର୍ଟ...

Puri News: ନୂଆବର୍ଷରୁ(New Year)ବଦଳିବ ବ୍ୟବସ୍ଥା। ନୂଆ ବ୍ୟବସ୍ଥା ମଧ୍ୟରେ ଶ୍ରୀଜିଉଙ୍କ (Lord Jagannath ) ଦର୍ଶନ ପାଇବେ ଭକ୍ତ। ସେପଟେ ପୁରୀବାସୀଙ୍କ ପାଇଁ ମଧ୍ୟ ହେବ ସ୍ୱତନ୍ତ୍ର ଦର୍ଶନ ବ୍ଯବସ୍ଥା। ସେପଟେ ପୁରୀବାସୀଙ୍କ ପାଇଁ ଖୋଲିବ ଚାରିଦ୍ୱାର। କେବଳ ଫେଷ୍ଟିଭ ଅକେଜନ ବ୍ଯତିତ ଅନ୍ଯ ଦିନ ଗୁଡିକରେ ପୁରୀବାସୀ ନିଜର ପରିଚୟ ପତ୍ର ଦେଖାଇ ଚାରି ଦ୍ୱାରରେ (srimandir 4 gates)ପ୍ରବେଶ କରିପାରିବେ। ଯେଉଁ ଫେଷ୍ଟିଭ ଅକେଜନରେ ଏକ ଲକ୍ଷରୁ ଦୁଇଲକ୍ଷ ଭକ୍ତଙ୍କ ଗହଳି ଥିବ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଧାଡି ଦର୍ଶନ କରାଯିବ। ଗୋଟିଏ ଦ୍ୱାରରେ ପ୍ରବେଶ ତିନି ଦ୍ୱାରରେ ପ୍ରସ୍ଥାନ କରାଯିବ। ଏନେଇ ଦିନେ ଦୁଇ ଦିନ ମଧ୍ୟରେ ନୂଆ ବ୍ଯବସ୍ଥା ସମ୍ପୂର୍ଣ୍ଣ ହେବ। ଆଗାମୀ ନୂଆବର୍ଷରେ ଭକ୍ତମାନେ ଏସି ଟନେଲର ସୁବିଧା ପାଇପାରିବେ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ।

ସେପଟେ ଭକ୍ତମାନଙ୍କୁ ଆଉ ବ୍ୟାରିକେଡ଼ ଭିତରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବନାହିଁ। ସିଂହଦ୍ଵାର ଉନ୍ମୁକ୍ତ ରହିବ। ଦର୍ଶନ ବ୍ଯବସ୍ଥାକୁ ସୃଙ୍ଖଳିତ କରିବା ପାଇଁ ଏବେ ସିଂହଦ୍ଵାରକୁ( Singha Dwara) ଲାଗି ରହିଥିବା ଶ୍ରୀମନ୍ଦିର(srimandir)ସୂଚନା କେନ୍ଦ୍ରକୁ ସେଠାରୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ଯେଉଁ ବ୍ୟାରିକେଡ଼ ଅଛି ତାହାକୁ ହଟାଯିବ। ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ସ୍ୱତନ୍ତ୍ର ସେଣ୍ଟ୍ରାଲ ଏସି ଟନେଲର ( central ac tunnel) ବ୍ଯବସ୍ଥା କରାଯାଇଛି। ବସିବା ପାଇଁ ଷ୍ଟେନଲେସ ଷ୍ଟିଲର ବେଞ୍ଚ ସହ ଧାଡିକୁ ଚଉଡା କରାଯାଇଛି। କୌଣସି ଅଘଟଣକୁ ଏଡାଇବା ପାଇଁ ଏକ୍ଜିଟ ଡୋର (exit door) ରହିଛି। ବିଶ୍ରାମ ନେବା ପାଇଁ ଶ୍ରୀମନ୍ଦିର କାର୍ଯ୍ଯାଳୟ ତଳ ଫ୍ଲୋରକୁ ପ୍ରସ୍ତୁତ କରାଯାଇଛି।

ସିଂହଦ୍ୱାର ପର୍ଯ୍ୟନ୍ତ ଷ୍ଟିଲ ଗ୍ରୀଲର ଧାଡି ବ୍ଯବସ୍ଥା କରାଯାଉଛି। ଖାସକରି ନୂତନ ଭାବେ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଥିବା ନୂଆ ବାଟାଲିୟନର ପୋଲିସ କର୍ମଚାରୀଙ୍କୁ ଶ୍ରୀମନ୍ଦିରରେ ଭକ୍ତଙ୍କୁ କିଭଳି ଭଲ ବ୍ୟବହାର ସହ ସୁରକ୍ଷା ଦିଗରେ ତାଲିମ ଦିଆଯିବ। ସୁରକ୍ଷା ବ୍ୟବସ୍ଥା ସହ ଗହଳି ନିୟନ୍ତ୍ରଣ ଉପରେ ବି ଦିଆଯିବ ତାଲିମ। ଏହି ସ୍ୱତନ୍ତ୍ର ବାଟାଲିୟନରେ ମୋଟ ୧୧୯୦ଜଣ ସୁରକ୍ଷା କର୍ମୀ ରହିବେ। ତେବେ ଏହି ପ୍ରକ୍ରିୟା ପ୍ରାରମ୍ଭିକ ଭାବେ ଆରମ୍ଭ କରାଯାଉଛି। ଆଗକୁ ଭକ୍ତ,ଦର୍ଶନାର୍ଥିଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସହାୟକ ହୋଇପାରିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି। ସେପଟେ ପୁରୀବାସୀଙ୍କ ପାଇଁ ଚାରି ଦ୍ୱାର ଖୋଲିବା ନିସ୍ପତି ସ୍ୱାଗତଯୋଗ୍ଯ। ବିଳମ୍ବରେ ହେଲେ ବି ପୁରୀବାସୀଙ୍କର ବହୁ ଦିନର ଦାବି ପୂରଣ ହୋଇଛି। ହେଲେ ଆଧାରକାର୍ଡ ବ୍ଯବସ୍ଥା କରାନଯାଉ। ବରଂ ଚାରି ଦ୍ୱାରରେ ରଥଯାତ୍ରା କି ଅନ୍ଯାନ୍ଯ ପର୍ବପର୍ବାଣୀ ଭଳି ଲୋକାଲ ଭଲ୍ଯୁଣ୍ଟିଅର ରଖାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକ।



Source: Zee News

No comments:

Post a Comment