Thursday, December 28, 2023

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ତମ ପ୍ରତିଷ୍ଠା ଦିବସ, ଲୋକାର୍ପଣ ହେବ ବାଉଁଶ ଉଦ୍ୟାନ

ଭୁବନେଶ୍ୱର: ଆଜି ନନ୍ଦନକାନନର ୬୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ନନ୍ଦନକାନନକୁ ସୁସଜ୍ଜିତ କରାଯିବା କରାଯାଇଛି । ଏବି ଅବସରରେ ଲୋକାର୍ପିତ ହେବ ଖୁଆଡ଼ରେ ଏବଂ ୨ଟି ୱାଲାବି ମଧ୍ୟ ଛଡାଯିବା ନେଇ ଖବର ରହିଛି । ସେହିପରି ବଟାନିକାଲ ଗାଡେନରେ ବାଉଁଶ ଉଦ୍ୟାନ ଓ ହାଇଡ୍ରୋଫାଇଟ୍ ଉଦ୍ୟାନର ଲୋକାର୍ପିତ ହେବା ସହ କାସ୍ୱାରି ଓ ଓଟପକ୍ଷୀଙ୍କୁ ନୂଆ ଖୁଆଡରେ ଛଡାଯିବ । କିଛି କର୍ମଚାରୀଙ୍କୁ ମଧ୍ୟ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି ।



ଆଜି ନନ୍ଦନକାନନର ୬୪ ତମ ପ୍ରତିଷ୍ଠା ଦିବସ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଜିର ଏହି ଦିନକୁ ସ୍ମରଣୀୟ କରିବା ପାଇଁ ନନ୍ଦନକାନନର ବାର୍ଷିକ ପୁସ୍ତିକା, କ୍ୟାଲେଣ୍ତର, ସଙ୍ଗୀତ, ମନିଟରିଙ୍ଗ୍ ଆପ୍ ବଟାନିକାଲ ଗାଡେନ ୱେବସାଇଟର ଶୁଭାରମ୍ଭ କରାଯିବ ସବ ୬ ଟି ବାଘ ଓ ୬ଟି ସିଂହ ଶାବକଙ୍କ ନାମକରଣ କରାଯିବ ।

ସୂଚନାଥାଉ ଯେ, ୧୯୬୦ରେ ପ୍ରଥମେ ନନ୍ଦନକାନନର ଶୁଭାରମ୍ଭ କରାଯାଇଥିଲା । ସେତେବେଳେ ଖୁବ୍ କମ ସଂଖ୍ୟାରେ ଜୀବଜନ୍ତୁଙ୍କୁ ରଖାଯାଇଥିଲା ହେଲେ ବର୍ତ୍ତମାନ ନନ୍ଦନକାନନ ଜୁ'ରେ ୧୬୩ ପ୍ରଜାତିର ୪ ହଜାର ୧୭୫ ଜୀବଜନ୍ତୁଙ୍କୁ ରଖାଯାଇଛି ।



Source: Oneindia

No comments:

Post a Comment