Wednesday, December 27, 2023

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ହେବ ସୁଧାର !




ପୁରୀକୁ ଆସି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ। ଦିନକୁଦିନ ଶ୍ରୀମନ୍ଦିରକୁ ପ୍ରବଳ ଭକ୍ତଙ୍କ ଭିଡ ଜମୁଥିବା ବେଳେ ବ୍ୟାରିକେଡ୍ ଭିଡ ଭିତରେ ଅନେକ ଭକ୍ତ ଅଚେତ ହେଇଯାଉଛନ୍ତି। ଆଗକୁ ନୂଆବର୍ଷ ଆସୁଛି ତେଣୁ ଆହୁରି ଭକ୍ତଙ୍କ ଭିଡ ବଢିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଥିବା ବେଳେ ସମସ୍ତ ସୁବିଧା ଭକ୍ତଙ୍କ ପାଇଁ ଖୁବ୍ କମ୍ ଦିନ ମଧ୍ୟରେ ଉପଲବ୍ଧ ହେବ କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି। ଅନ୍ୟପଟେ ଆସନ୍ତା ନୂଆବର୍ଷ ପାଇଁ ଆସନ୍ତାକାଲି ପୁରୀକୁ ବ୍ୟାପକ ମାତ୍ରାରେ ପୋଲିସ ଆସିବା ସହ ସେମାନଙ୍କ ରିହରସଲ୍ କରାଯିବ ଓ ସେମାନଙ୍କୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ବ୍ରିଫିଂ କରାଯିବ କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି।

ଶ୍ରୀମନ୍ଦିରରେ ପ୍ରବଳ ଭିଡ ଯୋଗୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଆଗକୁ ନୂଆବର୍ଷ ଆସୁଥିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଷ୍ଠିତ ହେବାକୁ ଯାଉଛି । ସେହି ସମୟ ଶିମନ୍ଦିରରେ ଅଧିକରୁ ଅଧିକ ଭିଡ ହେବ ତେଣୁକରି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ । ଶିମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଭିଡକୁ ଶୃଙ୍ଖଳିତ ରଖିବାକୁ ଦର୍ଶନ ବ୍ୟବସ୍ଥା ଉପରେ ବ୍ରିଫିଂ କରାଯିବ ପାଇଁ ବ୍ୟବାଥ କରାଯିବ ।

No comments:

Post a Comment