Tuesday, December 26, 2023

ପ୍ରାଚୀନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସୁଢ଼ଙ୍ଗ



 

ପ୍ରାଚୀନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସୁଢ଼ଙ୍ଗ । ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀ ଭିତରେ ଇନ୍ଦ୍ରଦ୍ୟୁମ୍ନ ଅନ୍ୟତମ ପୁଷ୍କରିଣୀ।ଏହି ପୁଷ୍କରିଣୀଟି ଗଭୀର ଜଳ ରାଶିରେ ପରିପୂର୍ଣ୍ଣ ରହିଥାଏ । ତେବେ ଗଭୀର ଜଳ ଖାଲି ହେବା ପରେ ସେହି ପୁଷ୍କରିଣୀ ଭିତରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ଏହି ସୁଢ଼ଙ୍ଗର ସନ୍ଧାନ ପରେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଚାଲିଛି । ଠାବ କରାଯାଇଥିବା ସୁଢ଼ଙ୍ଗ ପୁଷ୍ମରିଣୀ ଉତ୍ତରପାଶ୍ୱର୍ରେ ଥିବା ପ୍ରାୟ ୨ ଫୁଟ ଓସାର ଓ ୩ ଫୁଟ ଉଚ୍ଚତାରେ ରହିଛି ବୋଲି କୁହାଯାଉଛି । କିନ୍ତୁ ଏହା କେଉଁଠିକୁ ସଂଯୋଗ କରୁଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।

ଆଶ୍ଚର୍ଯ୍ୟର କଥା ହେଉଛି କି ଯେଉଁ ପାର୍ଶ୍ୱରେ ସୁଡ଼ଙ୍ଗଟି ଦୃଶ୍ୟମାନ ହେଉଛି ସେହିଁ ପାର୍ଶ୍ବକୁ କୌଣସି ପୋଖରୀ କି ନାଳ ନାହିଁ । ତଥାପି ସୁଡ଼ଙ୍ଗ ଭିତରୁ ପାଣି ଝର ପଡୁଛି । ଏହି ପାଣିଝର କେଉଁଠୁ ଆସୁଛି ସେନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏହା ପୁଷ୍କରିଣୀର ପାଣି ନିଷ୍କାସନ ବାଟ ନା ଅନ୍ୟକିଛି ତାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଦ୍ଵନ୍ଦରେ ରହିଛନ୍ତି ।

ଇତିହାସକୁ ନଜର ପକାଇଲେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରେ ଏହି ପୁଷ୍କରିଣୀଟି ଖନନ ହୋଇଥିଲା। ଏହି ପୁଷ୍କରିଣୀଟି ଖନନ କରିବା ସମୟରେ ପଥର ବୋହି ବୋହି ଲୋକେ କୁରୁମ ପାଲଟି ଯାଇଥିଲେ ବୋଲି ଲୋକକଥା ରହିଛି । ତେଣୁ ଏହି କୁରୁମମାନେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଗଭୀର ଜଳରେ ଏବେ ବି ରହୁଛନ୍ତି ବୋଲି ବିଶ୍ୱାସ କରାଯାଏ। ପୁଷ୍କରିଣୀର ବିକାଶ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପବିତ୍ର ଜଳରାଶିକୁ ବିଶୋଧନ କରାଯାଉଛି। ତେଣୁ ଗଭୀର ଜଳ ରାଶିକୁ ବଡ଼ ବଡ଼ ପାଣିପମ୍ପ୍‌ ଲଗାଯାଇ ବାହାର କରାଯାଉଛି । ସେହି ପାଣି ଶୁଖିଲା ପରେ ଏହି ସୁଢ଼ଙ୍ଗଟି ଦୃଶ୍ୟମାନ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୂର୍ବରୁ ମଧ୍ୟ ପ୍ରାୟ ୪୦ ବର୍ଷ ତଳେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ଉଝୁଳା ଯାଇଥିଲା। କିନ୍ତୁ ସେ ସମୟରେ କୌଣସି ସୁଢ଼ଙ୍ଗ ଦେଖାଯାଇନଥିଲା । ତେବେ ଏହି ସୁଢ଼ଙ୍ଗକୁ ନେଇ ଅଧିକ ଅନୁସନ୍ଧାନ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।


Source: khabarodisha

No comments:

Post a Comment