Monday, December 25, 2023

ପୁରୀ ଶ୍ରୀମନ୍ଦିର ପାଇଁ ହେବ ନୂଆ ବାଟାଲିୟନ, ୧୧୯୦ ନିଯୁକ୍ତି ସୁଯୋଗ

ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଟାଲିୟନ ନିର୍ମାଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ନୂଆ ବାଟାଲିୟନରେ ସମୁଦାୟ ୧୧୯୦ ଜଣ ସୁରକ୍ଷାକର୍ମୀ ରହିବେ ।

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ତିଆରି ହେବ ଏକ ନୂଆ ସିକ୍ୟୁରିଟି ବାଟାଲିୟନ । ଏହି ସ୍ୱତନ୍ତ୍ର ବାଟାଲିୟନ ନିର୍ମାଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ନୂଆ ବାଟାଲିୟନରେ ସମୁଦାୟ ୧୧୯୦ ଜଣ ସୁରକ୍ଷାକର୍ମୀ ରହିବେ ।


ସୂଚନା ମୁତାବକ, ଶ୍ରୀମନ୍ଦିର ପରିସର ଓ ଚତୁଃପାର୍ଶ୍ୱରେ ଏହି ସୁରକ୍ଷାକର୍ମୀମାନେ ଡ୍ୟୁଟି କରିବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ଭିଡ ନିୟନ୍ତ୍ରଣଠୁ ଆରମ୍ଭ କରି ରଥଯାତ୍ରାରେ ସାହାଯ୍ୟ ସହଯୋଗ କରିବେ ଏହି ସୁରକ୍ଷାକର୍ମୀ । ମିଳିଥିବା ସୂଚନା ଅନୁଯାୟୀ ଏହି ବାଟାଲିୟନ ଦାୟିତ୍ୱ ବୁଝିବେ ପୁରି ଏସପି । ତେବେ କେବଳ ଶ୍ରୀମନ୍ଦିରରେ ସୁରକ୍ଷା ବଢିବ ତାହା ନୁହେଁ ବରଂ ଅନେକ ନିଯୁକ୍ତି ସୃଷ୍ଟି କରିବ ରାଜ୍ୟ ସରକାରଙ୍କ ଏହି ପଦକ୍ଷପ । ତେବେ କେଉଁ ଆଧାରରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିନଥିବାବେଳେ ଖୁବଶୀଘ୍ର ଏ ବାବଦରେ ବିଜ୍ଞପ୍ତି ପ୍ରକାଶ ହେବା ନେଇ ଆଶା କରାଯାଉଛି ।


Source: Zee News

No comments:

Post a Comment