Tuesday, December 26, 2023

ଭାରତରେ ହ୍ରଦ ସଫା କରିବ AI ବୋଟ





ସବୁଠାରେ ବର୍ତମାନ ଉନ୍ନତ ଜ୍ଞାନ କୌଶଳ କାର୍ଯ୍ୟ କରୁଛି। ଭାରତ ଏବେ ନୂତନ ଜ୍ଞାନ କୌଶଳରେ ବହୁତ ଉନ୍ନତି କରିସାଲାଣି | ଏବେ ଭାରତରେ AI ବୋଟ ହ୍ରଦ ସଫା କରିବ। ଆପଣ ବିଶ୍ୱାସ ନକଲେ ବି ଏହା ସତ । କୃତ୍ରିମ ଵୁଦ୍ଧିମତା AI କୁ ପ୍ରୟୋଗ କରି ମେଘାଳୟର ହ୍ରଦ ଗୁଡିକୁ ସଫା କରାଯାଉଛି। ରୋବୋଟିକ ଟେକ୍ନୋଲୋଜି ଓ AI ଉଭୟକୁ ବ୍ୟବହାର କରି ଏହି ବୋଟକୁ ପ୍ରସ୍ତୁତ କରାଯାଇଛି। ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ସ୍ଥାନ ପାଇଥିବା 'ଉମିଆମ ହ୍ରଦ'କୁ AI ବୋଟ ଦ୍ଵାରା ପରିଷ୍କାର କରାଯାଉଛି। ୪୯୦୦ ପରିସୀମା ଵିଶିଷ୍ଟ ହ୍ରଦକୁ ସଫାକରିଵା କଷ୍ଟକର ଥିଲା ମାତ୍ର AI ଵୋଟ ସାହାର୍ଯ୍ୟରେ ଏହି କାମ ଏବେ ଆହୁରି ସହଜ ହୋଇଯାଇଛି । ଏକା ସାଙ୍ଗରେ କୁଢ କୁଢ ମଇଳା ଵୋଟ ସାହାର୍ଯ୍ୟରେ କଢାଯାଇ ପାରୁଛି। ୧୫ ଲିଟର ତେଲ ଖର୍ଚ୍ଚ କରି ଏକାସାଙ୍ଗରେ ୨୦୦ କିଲୋର ମଇଳା ଆବର୍ଜନା କଢାଯାଇ ପାରୁଛି।

ଉମିଆମ ନଦୀ ଉପରେ ଡ୍ୟାମ ନିର୍ମାଣ ହେଵା ପରେ ଉମିଆମ ହ୍ରଦ ସୃଷ୍ଟି ହୋଇଥିଲା। ଯାହା ପାହାଡି ଅଞ୍ଚଳରେ "ୱାଟର ସ୍ପୋର୍ଟ୍ସ" ପାଇଁ ପ୍ରସିଦ୍ଧ। ମେଘାଳୟ ସରକାର 'ସ୍ମାର୍ଟ ଭିଲେଜ' ଯୋଜନା ଅଧିନରେ AI ଵୋଟକୁ ନିର୍ମାଣ କରିଥିଲେ। ଯେଉଁଥିରେ ହଙ୍ଗକଙ୍ଗ ପ୍ରଯୁକ୍ତି ଵିଦ୍ୟାକୁ ଵ୍ୟଵହାର କରାଯାଇଛି। ପ୍ରଥମେ ଏହି ଵୋଟକୁ ଇଣ୍ଡୋନେସିଆର ଵାଲିରେ ଵ୍ୟଵହାର କରାଯାଇଥିଲା। ସଫଳତା ମିଳିଵା ପରେ ତାକୁ ମେଘାଳୟରେ ଵ୍ୟଵହାର କରାଯାଉଛି।


Source: KhabarOdisha

No comments:

Post a Comment